ଭଡ଼ାଘରେ ଲାଞ୍ଜିଗଡ଼ ପଞ୍ଚାୟତ ଅଫିସ । Kesinga
ଲାଞ୍ଜିଗଡ଼ Kalahandi Samachar : ଗତ ୬୫ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଭଡ଼ାରେ ଚାଲିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ନିଜସ୍ଵ ଘର ନଥିବାରୁ ସ୍ଥାନୀୟ ସମବାୟ ସମିତି ଅଫିସ୍ରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଛି । ଏଥିପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବାରମ୍ବାର ବ୍ଲକ୍ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ ଏନେଇ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ , ସେ ଘଟଣାକୁ ସ୍ବୀକାର କରିଛନ୍ତି । କିନ୍ତୁ ସେମାନଙ୍କ ଠାରୁ କୌଣସି ଭଡ଼ା ନେଉଛୁ ବୋଲି କହିଥିଲେ । ପାଚେରି ଭାଙ୍ଗି ଯାଇଥିବାରୁ ବୁଲା ଗାଈ ଗୋରୁ , ରାତିରେ ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି ଉକ୍ତ ସମବାୟ ସମିତି ଗୃହ । ତେବେ ପଞ୍ଚାୟତ କାର୍ଯ୍ୟାଳୟ କେବେ ହେବ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।
0 Comments