ଦଶମ ସିବିଏସ୍ଇ Improvement ପରୀକ୍ଷାରେ ସ୍କୁଲ ଟପର୍ ହେଲେ ସନ୍ତୋଷ ଓ ବର୍ଷା, Kalampur
କଲମପୁର,Kalahandi Samachar: କଲମପୁର ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଆଉ ୨ ପ୍ରତିଭା ଦଶମ Improvement ପରୀକ୍ଷା ଦେଇ ସ୍କୁଲରେ ଟପର୍ ହୋଇଛନ୍ତି ସନ୍ତୋଷ ଖାଡ଼ଙ୍ଗା ଓ ବର୍ଷାରାଣୀ ନାଏକ ଦୁହେଁ ସିବିଏସ୍ଇ ଦଶମର ବିଜ୍ଞାନ ବିଷୟ ମାର୍କରେ ଅସନ୍ତୁଷ୍ଟ ହୋଇ Improvement ପରୀକ୍ଷା ଦେଇଥିଲେ । ଏହି ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ବର୍ଷା ବିଜ୍ଞାନରେ ୬୧ ମାର୍କରୁ ଉନ୍ନିତ ହୋଇ ୮୮ ମାର୍କ ଓ ସନ୍ତୋଷ ୭୪ ମାର୍କରୁ ଉନ୍ନିତ ହୋଇ ୯୦ ମାର୍କ ପାଇଛନ୍ତି । ଫଳରେ ସନ୍ତୋଷ ୯୨.୮ ପ୍ରତିଶତ ନମ୍ବର ପାଇ ସ୍କୁଲରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ବର୍ଷା ୯୧.୨ ପ୍ରତିଶତ ନମ୍ବର ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ସ୍କୁଲର ବିମଳ ପାତ୍ର ୯୦.୨ ପ୍ରତିଶତ ନମ୍ବର ପାଇ ଟପର୍ ହୋଇଥିଲେ । ସନ୍ତୋଷ ଖାଡ଼ଙ୍ଗା କଲମପୁର ବ୍ଲକ୍ ଧନପୁର ଗ୍ରାମର ମମତା ଖାଡ଼ଙ୍ଗା ଓ ସୂର୍ଯ୍ୟନାରାୟଣ ଖାଡ଼ଙ୍ଗାଙ୍କ ପୁଅ । ସେହିପରି ବର୍ଷାରାଣୀ କଲମପୁର ମଣ୍ଡଳ ଗ୍ରାମର ସତ୍ୟଭାମା ନାଏକ ଏବଂ ସାମ୍ବାଦିକ ଚକ୍ରଧର ନାଏକଙ୍କ ଝିଅ ଭବିଷ୍ୟତରେ ଉଭୟେ ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି ।
0 Comments