Header Ads Widget

ଚାକିରି ନାଁରେ ଠକେଇ , ୬ ଗିରଫ । Bhawanipatna

ଚାକିରି ନାଁରେ ଠକେଇ , ୬ ଗିରଫ । Bhawanipatna


Kalahandi Samachar ୪। ୧୦ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଚାକିରି ଦେବା ଆଳରେ ଟଙ୍କା ଠକେଇ ଅଭିଯୋଗରେ ୬ ଜଣ ଯୁବକଙ୍କୁ ସ୍ଥାନୀୟ ଟାଉନ୍ ଥାନା ପୁଲିସ କୋର୍ଟଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାରର ମନୀଷ ଯାଦବ ଓ ପୁରୀର ସୌମ୍ୟରଞ୍ଜନ ନାଏକଙ୍କୁ ଚାକିରି ଦେବା ନିମନ୍ତେ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର କାଳିନ୍ଦୀ ଚରଣ ଗହଣା ଡକାଇଥିଲେ ସେମାନଙ୍କୁ ଏକ ସଫ୍ଟୱେରକମ୍ପାନିରେ ରିପୋଟିଂ ସର୍ଭିସ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା । ଚାକିରି ପାଇଁ ୨୨ ହଜାର ଟଙ୍କା ଜମା କରିଥିଲେ । ଭବାନୀପାଟଣା ଆସିବା ପରେ ମନୀଷ ଓ ସୌମ୍ୟଙ୍କୁ ପିରାମିଡାଲ ନେଟ୍କିଂରେ ପଞ୍ଜି କରିବାକୁ କହିଥିଲେ । 

ସେମାନେ ସ୍କିମ୍ ଓ ଚେନ୍ ନେଟୱାକିଂ ବ୍ୟବସାୟ ଏହି କାମ କରିବାକୁ ମନା କରିବାରୁ ସ୍ଥାନୀୟ ତାରିଣୀ ମନ୍ଦିର ନିକଟ ଏକ ହଷ୍ଟେଲରେ ୧୦ ଦିନରୁ ଅଧିକ ସମୟ କୋଠରିରେ ବନ୍ଦ କରି ରଖିଥିଲେ । କୌଶଳକ୍ରମେ ସେଠାରୁ ଖସି ଆସି ଭବାନୀପାଟଣା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଆଇଆଇସି ପ୍ରଦୀପ ଧରୁଆ ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଏହି ଘଟଣାରେ ପୁଲିସ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶି ନିକଟସ୍ଥ ବିଶ୍ଵ ଗ୍ରାମର ରଞ୍ଜିତ ଜେନା ( ୨୯ ) ,ଅନୁଗୁଳ ଜିଲ୍ଲା ବହରପାଲ ନିକଟସ୍ଥ ନୂଆପାଲ ଗ୍ରାମର ଦୁଷ୍ମନ୍ତ ଜେନା ୨୨ ) , ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ଥାନା ନୂଆକୋଟ ଗ୍ରାମର ବଳଦେବ ବେହେରା ( ୨୩ ) , ଭଦ୍ରକ ଜିଲ୍ଲା ବନିଟିଆ ଥାନା ଜୟରାମପୁର ଗ୍ରାମର କାଳିନ୍ଦୀ ଚରଣ ଗହଣା ( ୨୬ ) , ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବଣ୍ଡାଲୋ ଗ୍ରାମର ହରେକୃଷ୍ଣ ରାଉତ ( ୨୪ ) ଓ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଲପଡ଼ା ଥାନା ଇଟାକଣ୍ଡିଆ ଗ୍ରାମର ପ୍ରଦୀପ ପଣ୍ଡା ( ୨୭ ) କୁ କୋର୍ଟଚାଲାଣ କରିଛି । ସେମାନଙ୍କ ଠାରୁ ୪୪ ହଜାର ଟଙ୍କା , ୨ଟି ନୋଟ୍ ବହି ଓ ଗ୍ରେସ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍ ଜବତ କରାଯାଇଛି ବୋଲି କଳାହାଣ୍ଡି ପୁଲିସ ଏସ୍‌ପି ଡ . ଶ୍ରବଣା ବିବେକ ଏମ୍ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।



Post a Comment

0 Comments