ଲାଞ୍ଜିଗଡ଼ , ୧୯ / ୯ : କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରାୟଗଡ଼ା ଜିଲ୍ଲା ଅମ୍ବାଦଳାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବାଗଡୁଙ୍ଗରି ଗାଁ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି । ସ୍ଥାନୀୟ ଲୋକେ ରବିବାର ସନ୍ଧ୍ୟାରେ ବିଶ୍ଵନାଥପୁର ପୁଲିସକୁ ଖବର ଦେଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପଚରାଉଚରା କରି ମୃତଦେହକୁ ଜଗିଛି । ଖବର ଲେଖାହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ।
0 Comments